This browser does not support the video element.
କଟକ ସଦର: ଉରାଳି ପଞ୍ଚାୟତର ଜରିପଡା ଗ୍ରାମରେ ବିଜେପିର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
Cuttack Sadar, Cuttack | Apr 23, 2024
ଆଜି କଟକ ସଦର ୪ନଂ ଜୋନ ଉରାଳି ପଞ୍ଚାୟତର ଜରିପଡା ଗ୍ରାମରେ ବିଜେପିର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି କର୍ଯ୍ୟକ୍ରମରେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ। ବିଜୁ ଜନତା ଦଳ ଓଡି଼ଶାବାସୀଙ୍କୁ ଧୋକା ଦେଇଥିବାରୁ ସମସ୍ତେ ଏକାଠି ହୋଇ ସରକାର ବଦଳାଇବା ଓ ସୁନାର ଓଡି଼ଶା ଗଠନ କରିବା ବୋଲି ସେ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।