Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ପଥରଚକୁଳି ଅଞ୍ଚଳର ବ୍ୟାଙ୍କ ମିତ୍ରଙ୍କୁ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେବା ନେଇ ଥାନାରେ ଅଭିଯୋଗ

Baripada M, Mayurbhanj | May 19, 2024
ବ୍ୟାଙ୍କ ମିତ୍ରକୁ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେବାକୁ ନେଇ ବାରିପଦା ସଦର ଥାନାରେ ରବିବାର ଅଭିଯୋଗ ହୋଇଛି। ଏନେଇ ପଥରଚକୁଳି ଅଞ୍ଚଳର ମହେନ୍ଦ୍ର ବିନ୍ଧାଣି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସେ ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବ୍ରାହ୍ମଣମରା ଶାଖା ବ୍ୟାଙ୍କ ଅଫ ଇଣ୍ଡିଆରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରନ୍ତି। ସେ ଟଙ୍କା ସଂଗ୍ରହ ନିମନ୍ତେ ଇନ୍ଦପାହି ଛକକୁ ଆସିଥିଲେ। ସେଠାରେ ଅଭିଜିତ ଦଣ୍ଡପାଟ ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ ୫/୬ଜଣ ତାଙ୍କୁ ପିଟାମରା କରିଥିଲେ।
Read More News
T & CPrivacy PolicyContact Us