This browser does not support the video element.
ଲାଞ୍ଜିଗଡ: ଚମ୍ପା ଦେଇ ପୁର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ
Lanjigarh, Kalahandi | Aug 25, 2025
ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆଜି ସୋମବାର ଦିବା ବାରଘଣ୍ଟା ସମୟର ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସରପଂଚ ନରେନ୍ଦ୍ର ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିର କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ବଜାର ନିରୀକ୍ଷକ ଦିଲିପ କୁମାର ନାୟକ ସମେତ ବ୍ଲକ ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।ସେହିପରି ପଞ୍ଚାୟତ କର୍ମଚାରୀ ଓ ୱାର୍ଡ଼ ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।