This browser does not support the video element.
କଟକ ପୌରାଞ୍ଚଳ: ନରସିଂହପୁର ଶରଧାପୁର ପାଟଣା ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ଜଣଙ୍କ ଚାଲିଗଲା ଜୀବନ
Cuttack M Corp PS, Cuttack | Sep 11, 2025
କଟକ ଜିଲ୍ଲା ନରସିଂହପୁର ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିବା ସମୟରେ ଶରଧାପୁର ପାଟଣା ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ମୃତକ ହେଲେ ରେଗେଡ଼ା ପଞ୍ଚମା ଗାଁର ମିଥୁନ ମୁଖି ଓ ସଞ୍ଜୟ ନାୟକ। ଗୁରୁବାର ଅପରାହ୍ନ ୪.୩୦ ମିନିଟ ସମୟରେ ଘଟିଛି ଏହି ସଡକ ଦୁର୍ଘଟଣା। ଉଭୟ ବାଇକରେ ଆସିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠେଇଛି।