This browser does not support the video element.
ଯାଜପୁର: ଯାଜପୁର ଟାଉନ ସ୍ଥିତ ଏକ ଗୋଲ୍ଡ ଲୋନ କମ୍ପାନିର କର୍ମଚାରୀ ଠକେଇ ଫେରାର ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାହକଙ୍କ ଦାବୀ
Jajapur, Jajpur | Sep 12, 2025
ଯାଜପୁର ଟାଉନ ସ୍ଥିତ ଏକ ଗୋଲ୍ଡ ଲୋନ କମ୍ପାନିର କର୍ମଚାରୀ ଠକେଇ ଫେରାର ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାହକଙ୍କ ଦାବୀ l ଯାଜପୁର ଟାଉନ ଶୀତଳେଶ୍ବର ଅଂଚଳରେ ଥିବା ଗୋଲ୍ଡ ଲୋନ କମ୍ପାନି ଇଣ୍ଡେଲ ମନି କମ୍ପାନିରେ କାର୍ଯ୍ୟରତ ଜନୈକ କର୍ମଚାରୀ ବିଭିନ୍ନ ଖାଉଟି ଙ୍କ ଠାରୁ ଠକେଇ କରି ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଏଠାରେ କାର୍ଯ୍ୟରତ କଟକ ଜିଲ୍ଲା ଭିମଦାସପୁର ଅଂଚଳର ଆଲୋକ କୁମାର ବାଡିଆ ନାମକ ଜନୈକ କର୍ମଚାରୀ ଉପଭୋକ୍ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।