Download Now Banner

This browser does not support the video element.

ଅନୁଗୋଳ: ଶାବଳଭଙ୍ଗା ଗ୍ରାମ ରାସ୍ତାରେ ହାତୀ ପଲ, ଯାତାୟାତ ବାଧାପ୍ରାପ୍ତ

Anugul, Angul | Aug 26, 2025
ଅନୁଗୋଳ ବ୍ଲକ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମ ରାସ୍ତା ଉପରେ ମଙ୍ଗଳବାର ସକାଳ ସାତଟା ବେଳେ ହାତୀ ପଲ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅନୁଗୋଳ ବନାଞ୍ଚଳର ଶାବଳଭଙ୍ଗା ଗ୍ରାମ ରାସ୍ତା ଉପରେ ପ୍ରାୟ ଦୁଇ ଘଣ୍ଟା ହାତୀ ପଲ ଛିଡ଼ା ହୋଇଥିଲେ। ଫଳରେ ବନ୍ତଳା- ଅନୁଗୋଳ ରାସ୍ତାରେ ଦୁଇଘଣ୍ଟା ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇ ଥିବା ଜଣା ପଡ଼ିଛି।
Read More News
T & CPrivacy PolicyContact Us