This browser does not support the video element.
କୋରାପୁଟ ସହର: ମାଛକୁଣ୍ଡ ଡି ଡେମରୁ ତିନୋଟି ଗେଟ ଖୋଲି ବର୍ଷା ଜଳ ନିଷ୍କାସିତ, ଆନ୍ଧ୍ର ଓଡ଼ିଶାର ତଳୁଆ ଅଞ୍ଚଳକୁ ସତର୍କ କଲା ପ୍ରଶାସନ
Koraput Town, Koraput | Aug 26, 2025
ମାଛକୁଣ୍ଡ ଡି ଡ୍ୟାମରେ ମଧ୍ୟ ଜଳସ୍ତର ବଢିବାରୁ ବିଭାଗୀୟ ଅଧିକାରୀ ଡି ଡ୍ୟାମର ୫ , ୬ ଏବଂ ୭ ନମ୍ବର ଗେଟକୁ ଖୋଲି ଦେଇଛନ୍ତି । ଡି ଡ୍ୟାମର ବିପଦ ୨୫୯୦ ରହିଥିବା ବେଳେ ବର୍ତମାନ ଜଳସ୍ତର ୨୫୮୭ ଫୁଟ ଛୁଇଁବା ପରେ ମାଛକୁଣ୍ଡ ଡି ଡ୍ୟାମରୁ ମଧ୍ୟ ତିନୋଟି ଗେଟ ଖୋଲାଯାଇ ପ୍ରତି ସେକେଣ୍ଡରେ ୧୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଡେମ କର୍ତ୍ତୃପକ୍ଷ ଆଜି ଦିନ ୩ଘଣ୍ଟା ସମୟରେ ସୂଚନା ଦେଇଛନ୍ତି। ତଳୁଆ ଅଞ୍ଚଳକୁ ସତର୍କ କରି ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆନ୍ଧ୍ର ଓଡ଼ିଶା ସିମାନ୍ତ ଅଞ୍ଚଳ ହୋଇଥିବାରୁ ଆନ୍ଧ୍ର ପ୍ରଦେଶର ତଳୁଆ ଅଞ୍ଚଳର ଲୋକଙ୍କୁ ମଧ୍ୟ ସଚେତନ କରାଯାଇଛି