This browser does not support the video element.
ମାଲକାନଗିରି: ଇଉରିଆ ସାର ଠିକ୍ ଭାବେ ପାଉନଥିବା ନେଇ ଶିଖପାଲି ଛକରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରି ମତ ରଖିଲେ ଜନ ପ୍ରତିନିଧି
Malkangiri, Malkangiri | Aug 25, 2025
ମାଲକାନଗିରି ଜିଲ୍ଲାରେ ଚାଷି ମାନେ ଇଉରିଆ ସାର ଠିକ୍ ଭାବେ ପାଉନଥିବା ବେଳେ ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ଯାହାକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ସାରର ଅଭାବି ବିକ୍ରିକୁ ନେଇ ଶିଖପାଲି ଛକ ଠାରେ ୩୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଶହ ଶହ ଚାଷୀ । ରାସ୍ତା ରୋକ ସହ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାରୁ ମାଲକାନଗିରି ଓ କାଲିମେଳାକୁ ଯାତାୟାତ ବନ୍ଦ ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି। ଏନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ।