Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଲଗାଣ ବର୍ଷା ଯୋଗୁଁ ଖୋଲିଲା ଜଲାପୁଟ ଜଳ ଭଣ୍ଡାରର ତିନୋଟି ଗେଟ, ବର୍ଷା ଜଳ ନିଷ୍କାସିତ

Pottangi, Koraput | Aug 26, 2025
କୋରାପୁଟ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ବିଭିନ୍ନ ଜଳଭଣ୍ଡାରରେ ବଢ଼ିଛି ଜଳସ୍ତର। ଆଜି ଦିନ ୨ଟା ସମୟରେ ମିଳିଥିବା ସୂଚନା ଅନୁସାରେ ଜଳାପୁଟ ମୁଖ୍ୟ ଜଳ ଭଣ୍ଡାରର ବିପଦ ସଂକେତ ୨୭୫୦ ଫୁଟ ରହିଥିବା ବେଳେ ବର୍ତମାନ ୨୭୪୮.୧୫ ଫୁଟ ଜଳସ୍ତର ରହିଛି । ଫଳରେ ଜଲାପୁଟ ଡେମର ୫ ଓ ୬ ନମ୍ବର ଗେଟ ଖୋଲାଯାଇ ଜଳ ନିଷ୍କାସନ କରିଥିବା ବେଳେ ପରେ ଅନ୍ୟ ଏକ ଗେଟ ଖୋଲା ଯାଇଥିବା ଡେମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତିନୋଟି ଗେଟରେ ୧୦ ହଜାର କ୍ୟୁସେକ ଜଳ ଛଡ଼ାଯାଉଥିବା ଜଣାପଡିଛି।
Read More News
T & CPrivacy PolicyContact Us