This browser does not support the video element.
ପୁରୀ ମ୍ୟୁନିସିପାଲଟି: ଷ୍ଟ୍ରଲିଂ ଛକ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା ୫ ଜଣ ଗିରଫ ସହ କୋର୍ଟ ଚାଲାଣ
Puri M, Puri | May 31, 2025
ଷ୍ଟ୍ରଲିଂ ଛକ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା 5ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଘୋଡାବଜାର ରୋଡର ଚେଙ୍ଗ ଓରଫ କାର୍ତ୍ତିକ ନାୟକ 26, ସିଟିରୋଡ ନୂଆସାହିର ଡି କେଦାର ରାଓ 26, ଲୋକନ୍ନାଥ ରୋଡ ଥାନାପତି ଲେନର ଭୀମ ଓରଫ ଭୀମସେନ ପ୍ରଧାନ 28, ବାସେଳୀସାହି ନୀଳମାଧଵ ଲେନର ସଞ୍ଜୟ ପ୍ରଧାନ 35 ଓ ତାଳବଣିଆ ବିନୋବା ନଗରର ଗୁଡୁ ଓରଫ ଶୁଭ୍ରଜିତ ମହାପାତ୍ର 29 l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଷ୍ଟିଲ ପାଇପ, ୨ଟି ଆଇରନ ରଡ଼, ଗୋଟିଏ ଛୁରୀ, ଗୋଟିଏ ଖଣ୍ଡା ଏବଂ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରାଯାଇଛି l