This browser does not support the video element.
ହିଞ୍ଜିଳି: ହିଞ୍ଜିଳିକାଟୁ ଥାନା ଚାନ୍ଦୁଲି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠକେଇ ମାମଲାରେ ବ୍ରହ୍ମପୁର ଅଞ୍ଚଳରୁ ଜଣେ ଗିରଫ ସହ କୋର୍ଟ ଚାଲାଣ
Hinjili, Ganjam | Aug 21, 2025
ନିଜକୁ ଏସବିଆଇ ହିଞ୍ଜିଳିକାଟୁ ଶାଖା ପରିଚାଳକ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ଟଙ୍କା ଠକେଇ ଘଟଣାରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ନିମଖଣ୍ଡି ଥାନା ଶକ୍ତି ନଗର ଅଞ୍ଚଳର ସନ୍ତୋଷ ବେହେରା (୫୦) । ଗିରଫ ଯୁବକଙ୍କ ଠାରୁ ଏକ ମୋଟର ସାଇକେଲ (ଓଡି୦୭କ୍ୟୁ ୧୪୧୯)ଓ ୨୦ ହଜାର ୫ ଶହ ଟଙ୍କା ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନ°- ୪୫୭/୨୫ ରେ ଏକ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ରଶ୍ମି ରଞ୍ଜନ ସାମଲଙ୍କ ସୂତ୍ରରୁ ପ୍ରକାଶ।