This browser does not support the video element.
ନୂଆପଡା: ଖଡ଼ିଆଳ ଠାରେ ଗଜଲକ୍ଷ୍ମୀ ପୂଜା ପାଳନ ପ୍ରସ୍ତୁତି ବୈଠକ
Nuapada, Nuapada | Sep 8, 2025
ଖଡ଼ିଆଳ ଲକ୍ଷ୍ମୀ ଚୌକ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଆଜି ୫ ଟାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗମୀ ଗଜଲକ୍ଷ୍ମୀ ପୂଜା ଓ ମଣ୍ଡପର କାର୍ଯ୍ୟ ବାବଦରେ ଆଲୋଚନା ହୋଇଥିଲା। ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେବକୁ ଥିବା ମାଁଙ୍କ ପୂଜାକୁ ସୁଚାରୁ ରୁପେ ଓ ସୁନ୍ଦର ଢ଼ଙ୍ଗରେ କରାଯବା ବାବଦରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ୪୧ ବର୍ଷପୂର୍ତ୍ତି ହୋଇଯିବ। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଆଶିଷ ପଣ୍ଡା, କୋଷାଧ୍ୟକ୍ଷ ଆହ୍ବାନ ଯୋଶୀ, ଗଣମାଧ୍ୟମ ପ୍ରଭାରୀ ସୁନିଳ କୁମାର ନାଗ ଥିଲେ।