This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଛୁରାମାଡ କରି ଦାଦା ପୁତୁରାଙ୍କୁ ଘାଇଲା କରିଛନ୍ତି ଦୁର୍ବୁତ୍ତ l
Puri M, Puri | Sep 13, 2025
ପୁରୀ ପୋଲିସର ଅପରେସନ ଚକ୍ର କୁ ଦୁର୍ବୁତ୍ତଙ୍କ ଖୁଲମଖୁଲା ଚ୍ୟାଲେଞ୍ଜ। ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଛୁରାମାଡ କରି ଦାଦା ପୁତୁରାଙ୍କୁ ଘାଇଲା କରିଛନ୍ତି ଦୁର୍ବୁତ୍ତ। ଆକ୍ରମଣର ଶିକାର ହୋଇଥିବା ଦାଦା ଓ ପୁତୁରା ହେଉଛନ୍ତି ମାର୍କଣ୍ଡେଶ୍ୱର ସାହିର ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ଉଭୟଙ୍କ ଦେହ ରେ ଆଘାତ ଲାଗିଥିବା ବେଳେ ଆକ୍ରମଣ କରିଥିବା ଦୁର୍ବୁତ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଖବରପାଇ ଘଟଣାସ୍ଥଳରେ ସିଂହଦ୍ଵାର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।