This browser does not support the video element.
ରଣପୁର: ତୃତୀୟ ଥର ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ଘୋଷଣା ପରେ ରଣପୁରର ମା'ମଣିନାଗ ପୀଠରେ ମା'ଙ୍କ ଆଶିଷ ନେଲେ : ରଣପୁର ବିଧାୟକ
Ranapur, Nayagarh | Mar 27, 2024
ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଦଳୀୟ ଟିକେଟ୍ ଘୋଷଣା ପରେ ଆଜି ସଂଧ୍ୟା ସମୟରେ ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ସଦର ମହକୁମାରରେ ଅବସ୍ଥିତ ମା'ମଣିନାଗଙ୍କ ମନ୍ଦିରରେ ପହଞ୍ଚି ପୂଜାପାଠ କଲେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ।ଶ୍ରୀ ପ୍ରଧାନ ନିଜ ସମର୍ଥକ ମାନଙ୍କ ସହ ମନ୍ଦିରରେ ପହଞ୍ଚି ପୂଜାପାଠ କରିବା ସହ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ଆଶିଷ ଲାଭ କରିଥିବା ଜଣାପଡିଛି।