This browser does not support the video element.
କଣ୍ଟାମାଳ: ଦହ୍ୟା ଛକରେ ପୋଲିସ ବୋଲେରୋ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର, ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା
Kantamal, Boudh (Bauda) | Oct 9, 2025
ଗୁରୁବାର ସନ୍ଧ୍ୟାରେ ଜାତୀୟ ରାଜପଥ ନଂ 57 ର ମନମୁଣ୍ଡା ଥାନା ଦହ୍ୟା ଛକ ନିକଟରେ ମନମୁଣ୍ଡା ପୋଲିସର ଏକ ବୋଲେରୋ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା l ଫଳରେ ମହେଶ୍ୱର ପିଣ୍ଡା ଗ୍ରାମର ସୁଦର୍ଶନ ଅମାତ ଗୁରୁତର ଆହତ ହୋଇଥିଲେ | ଉକ୍ତ ଘଟଣାକୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସ୍ଥାନୀୟ ଲୋକେ ପୋଲିସ୍ ଗାଡି ସହ କର୍ମଚାରୀଙ୍କୁ ଅଟକ ରଖି ପାଟି ତୁଣ୍ଡ କରିଥିଲେ | ଦୀର୍ଘ ସମୟ ଧରି ଉତ୍ତେଜନା ମୁଳକ ପରିସ୍ଥିତି ଲାଗି ରହିଛି ଓ ଜାତୀୟ ରାଜପଥରେ ଜାନ ବାହାନ ଚଳାଚଳ ବନ୍ଦ ରହିଛି |