Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଠାରେ ହାଟରୁ ପରିବା କିଣିବା ବେଳେ ବ୍ୟବସାୟୀଙ୍କ ରୁପା ସହିତ ବ୍ୟାଗ୍ ଚୋରି, ଥାନାରେ ଏତଲା

Dhenkanal Sadar, Dhenkanal | Aug 30, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ହାଟ ଠାରେ ଆଜି ତା ୩୦।୮ ରିଖ ଅପରାହ୍ନ ୧ ଘଣ୍ଟା ସମୟରେ ଜଣେ ବୁଲା ବେପାରୀଙ୍କ ବ୍ୟାଗରୁ ପ୍ରାୟ ୩ କିଗ୍ରା ଓଜନର ରୁପା ସହିତ ବ୍ୟାଗ ଚୋରି ହୋଇଯାଇଛି। ସୂଚନା ଅନୁସାରେ କରମୂଳ ଗ୍ରାମର ପ୍ରତାପ ମହାରଣା ଦଧିସିଙ୍ଗା ଗ୍ରାମରେ ଭଡ଼ାଘରେ ରହି ଯୋରନ୍ଦା ତଥା ଆଖପାଖ ଅଞ୍ଚଳରେ ରୁପା ପାଉଁଜି ଓ ଆଲୁମିନିୟମ ବାସନକୁସନ ଲୁନା ସାହାଯ୍ୟରେ ବିଭିନ୍ନ ଗ୍ରାମରେ ବିକ୍ରି କରନ୍ତି। ଆଜି ଯୋରନ୍ଦା ଗ୍ରାମରେ ବ୍ୟବସାୟ କରି ସାରି ଯୋରନ୍ଦା ହାଟରୁ ପରିବା କିଣିଥିଲେ। ଏହି ସମୟରେ କେହି ଦୁବ୍ରୃତ୍ତ ତାଙ୍କ ଗାଡିରୁ ବ୍ୟାଗ୍ ଚୋରିକରି ନେଇଛି।
Read More News
T & CPrivacy PolicyContact Us