This browser does not support the video element.
କୋରାପୁଟ ସହର: ଭୂଷୁଡିଲା କୋରାପୁଟ ବିଶ୍ୱାସ ରାୟ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଗୃହ, ଜଣେ ମୃତ
Koraput Town, Koraput | Sep 13, 2025
ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖ କୋରାପୁଟ ପୌର ପରିଷଦର ବିଶ୍ୱାସ ରାୟ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ବେକେରୀର ଛାତ ଶନିବାର ଅପରାହ୍ନରେ ଭୁଶୁଡ଼ି ପଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ୬୨ ବର୍ଷୀୟ ଲୋକନାଥ ପାତ୍ର ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ଉକ୍ତ କମ୍ପ୍ଲେକ୍ସର ହରି ପାତ୍ର ବେକେରୀରେ ମରାମତି କାର୍ଯ୍ୟ ଚାଲୁଥିଲାବେଳେ ଅଚାନକ ଛାତ ଭୁଶୁଡ଼ି ପଡ଼ିଥିଲା। ଘଟଣା ସ୍ଥଳରେ କୋରାପୁଟ, ଜୟପୁର, ସେମିଳିଗୁଡା, ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗ ସହ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସଂନ୍ଧ୍ୟା ୫ଘଣ୍ଟା ସମୟରେ ସମାପ୍ତ ହୋଇଥିଲା।