This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲୋକସେବା ଭବନରେ ଦିଦାୟୀ ସମ୍ପ୍ରଦାୟର କୁମାରୀ ଚମ୍ପା ରାସ୍ପେଦାଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
Bhubaneswar M Corp, Khordha | Aug 26, 2025
ଲୋକସେବା ଭବନରେ ଦିଦାୟୀ ସମ୍ପ୍ରଦାୟର କୁମାରୀ ଚମ୍ପା ରାସ୍ପେଦାଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ | ଆଜି 3.54ରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମାଲକାନଗିରି ଦିଦାୟୀ ସମ୍ପ୍ରଦାୟର କୁମାରୀ ଚମ୍ପା ରାସ୍ପେଦାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କୁମାରୀ ଚମ୍ପାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାଙ୍କୁ ଏକ ଲାପ୍ଟପ୍ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚମ୍ପାଙ୍କୁ ଆଶୀର୍ବାଦ କରି ଆଗକୁ ଆହୁରି ଭଲ ପାଠ ପଢ଼ିବାକୁ କହିଥିଲେ ।