This browser does not support the video element.
ବିଶୋଇ: ବିଶୋଇ ଏସ୍ ଏସ୍ ଡ଼ି ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ
Bisoi, Mayurbhanj | Jul 6, 2024
ବିଶୋଇ ବ୍ଲକ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଅପରାହ୍ନ ଦୁଇଟା ସମୟରେ ଇକୋ କ୍ଲବ ସୌଜନ୍ୟରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଅଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ କାନ୍ତି ପ୍ରଭା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ତଥା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଶିଖା ରାଣୀ ଜେନା, ଅମ୍ବିକା ପଣ୍ଡା, ମୋନାଲିସା ସାହୁ, ପାନ ମଣୀ ହାଁସଦା, ସୋନାଲି ମୁର୍ମୁ, ସଂଗୀତା ସେଠୀ, ରାହୁଲ ନାଏକ,ପ୍ରଦୀପ କୁମାର ବୈଠା ପ୍ରମୁଖ ଉପସ୍ଥିତ ଥିଲେ।