This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଭୂତାପଡା ଓରାମପଡା ଠାରେ ଘଟିଥିବା ହତ୍ୟାକାଣ୍ଡରେ ଜଣେ ଗିରଫ
Sambalpur M, Sambalpur | Sep 3, 2025
ବୁଧବାର ସକାଳ ସମୟରେ ଭୂତାପଡା ଓରାମପଡା ଠାରେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତ କଚେରୀ ଅଞ୍ଚଳ ନିବାସୀ କାଲିଆ ଓରଫ ପ୍ରମୋଦ କଲେତ ନାମକ ଜଣେ ଯୁବକ କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରିଛି ବୋଲି ଧନୁପାଲି ପୁଲିସ କହିଛି । ବିଗତ କିଛି ଦିନ ଟଙ୍କା ଦିଆ ନିଆକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ସକାଳ ସମୟରେ ମଦଭାଟି ପାଖରେ କାଲିଆ କୁ ମହମ୍ମଦ ରିଙ୍କୁ ଓରଫ ମଦୁଆ ଓରଫ ଛୋଟୁ ଭେଟିବା ପରେ ଟଙ୍କା ଦାବି କରିବା ସହିତ ଏକ ଛୁରୀ ଦେଖାଇ ଜବରଦସ୍ତି ତା ନିକଟରେ ଥିବା ଟଙ୍କା ନେଇଯାଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ କାଲିଆ ଛୁରୀଟି ଛୋଟୁ ନିକଟରୁ ଛଡାଇ ନେଇ ତାକୁ ପା