This browser does not support the video element.
ଅନୁଗୋଳ: ଇଡକୋ ଛକ ନିକଟରୁ ବ୍ରାଉନ ସୁଗାର ଜବତ; ଜଣେ ଗିରଫ
Anugul, Angul | Sep 6, 2025
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଇଡକୋ ଛକ ଠାରୁ ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ କରାଯାଇଛି। ସୂଚନା ଯେ, ଆଜି ଦିନ ୧୧ ଘଟିକା ବେଳେ ଏକ ବନ୍ଦ ଥିବା ଚା ଦୋକାନ ପାଖରେ ଗ୍ରାହକ କୁ ଅପେକ୍ଷା କରିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ଟାଉନ୍ ପୋଲିସ ବ୍ରାଉନ ସୁଗାର ବେପାରି ଉପରେ ମାଡି ବସିଥିଲା। ବ୍ରାଉନ ସୁଗାର ବେପାରି ଠାରୁ ପାଖାପାଖି ୭.୬ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ବେପାରି କୁ ପୋଲିସ ଗିରଫ କରି ବା ସହିତ ୭.୬ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ଯ ୧ ଲକ୍ଷ ଟଙ୍କା ରୁ ଅଧିକ ହେବା ନେଇ ସୂଚନା ମିଳିଛି।