This browser does not support the video element.
ବୌଦ୍ଧ ସଦର: ହରଭଙ୍ଗା ଅବକାରୀ ପୋଲିସର ଚଢ଼ାଉ ନୂଆଗାଁରୁ ୩୮୦କେଜି ପୋଚ, ୩୦ଲିଟର ମଦ ଜବତ କରି ନଷ୍ଟ କରିବା ସହିତ ରାଧାନାଗାରରୁ ୩.୬ବିଅର ଜବତ
Baudh Sadar, Boudh (Bauda) | Sep 8, 2025
ଆଜି ସକାଳ ପାଖପଖି ୧୧ଟା ସମୟରେ ହରଭଙ୍ଗା ଅବକାରୀ ପୋଲିସ OIC ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବେଆନ ମଦ କାରବାର ଧରିବା ନେଇ ବାହାରି ୨ଟି ଜାଗାରେ ଚଢ଼ାଉ କରିଥିଲା l ପ୍ରଥମେ ପୂରୁଣାକଟକ ଥାନା ଅନ୍ତର୍ଗତ ନୂଆଗାଁରେ ଚଢ଼ାଉ କରି, ଗ୍ରାମର ଏକ ଖୋଲା ଜାଗାରେ ଦେଶି ମଦ ରାନ୍ଧା ଯାଉଥିବା ନେଇ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ଆଶାମୀ ମାନେ ଫେରାର ମାରିଥିବା ବେଳେ ୩୮୦କେଜିମହୁଲ ପୋଚ ଓ ୩୦ଲିଟର ମଦକୁ ଜବତ କରି ନଷ୍ଟ l ରାଧାନାଗାର ଗ୍ରାମରୁ ୩.୬, ଲିଟର ବେଆନ ବିଅର ଜବତ କରି ଆଶାମୀ ନାମରେ ମାମଲା ରୁଜୁ ଓ ୩୫(୩)ରେ ନୋଟିସ ଦେଇ ଛଡା ଯାଇଛି