This browser does not support the video element.
ବରୀ ରାମଚନ୍ଦ୍ରପୁର: ମିଶନଶକ୍ତି ବିଭାଗ କମ୍ୟୁନିଟି ସପୋର୍ଟ ଷ୍ଟାପଙ୍କ ସମସ୍ୟାର ସମାଧାନ ଦାବିରେ ବିଞ୍ଝାରପୁର ବ୍ଲକ ସମ୍ମୁଖରେ କର୍ମଚାରୀ ସଙ୍ଘର ଧାରଣା
Bari Ramachandrapur, Jajpur | Sep 23, 2025
ମିଶନଶକ୍ତି ବିଭାଗ କମ୍ୟୁନିଟି ସପୋର୍ଟ ଷ୍ଟାପଙ୍କ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦାବି ବିଞ୍ଝାରପୁର ବ୍ଲକ ସମ୍ମୁଖରେ ଜିପିଏଲଏଫ କର୍ମୀଚାରୀ ସଂଘ ପକ୍ଷରୁ ଧାରଣା | ମହିଳା ମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ବ୍ଲକ ସମ୍ମୁଖରେ ନାରାବାଜି କରିଥିଲେ | ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବାର ସ୍ବପ୍ନ ଦେଖାଇ ଏବେ ସେମାନଙ୍କ ପ୍ରତି ଅବିଚାର କରୁଥିବା ସଂଘ ଅଭିଯୋଗ ଆଣିଛି | ମହାସଂଘ ଗଠନର ଯେଉଁ ଗାଇଡଲାଇନ ସରକାର ଆଣିଛନ୍ତି ତାହା ଲାଗୁ କରାଗଲେ ଅନେକ ବାଦ ପଡିବା ସମ୍ଭାବନା ରହିଛି | ସରକାର ନିଷ୍ପତି ପରିବର୍ତନ କରିବାକୁ ସଂଘ ଦାବି କରିଛି |