Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସହରର ବିଭିନ୍ନ ସ୍ଥାନରୁ ବାଇକ ସ୍କୁଟି ଚୋରି କରିବା ମାମଲା, ୪ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କଲା ସିଆରଆରଆଇ ଥାନା ପୋଲିସ

Cuttack M Corp PS, Cuttack | Sep 6, 2025
କଟକ ସହରର ବିଭିନ୍ନ ସ୍ଥାନରୁ ବାଇକ ଓ ସ୍କୁଟି ଚୋରି କରିବା ମାମଲାରେ କୁଖ୍ୟାତ ଲୁଟେରା ଗିରଫ ହୋଇଛନ୍ତି। ସିଆରଆରଆଇ ଥାନା ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ୪ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରା ହେଲେ କାଠିଆ, ଦେବୁ, ଆକାଶ ଓ ଚିଣ୍ଟୁ। ସେମାନଙ୍କ ନିକଟରୁ ୭ ଟି ଚୋରା ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି। ସମସ୍ତ ଲୁଟେରାଙ୍କୁ ଶନିବାର ଅପରାହ୍ନ ୪.୩୦ ମିନିଟ ସମୟରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଓ ଲୁଟ ଭଳି ଏକାଧିକ ଅପରାଧିକ ମାମଲା ରହିଛି।
Read More News
T & CPrivacy PolicyContact Us