This browser does not support the video element.
ସତ୍ୟବାଦୀ: ରବିବାର ଦୋକନ୍ଦା ଗ୍ରାମ ମନ୍ଦିରରେ 60 ଚାଷୀ ଙ୍କ ବୈଠକ, ସମସ୍ୟା ର ସମାଧାନ ପାଇଁ କୃଷି ଅଧିକାରୀଙ୍କୁ ଦାବିପତ୍ର ଦେବାକୁ ନିଷ୍ପତି
Satyabadi, Puri | Mar 18, 2024
ରବିବାର ଦିନ 3 ଘଣ୍ଟା ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ଦୋକନ୍ଦା ଗ୍ରାମ ପଂଚାୟତ ରେ ତେନ୍ତୁଳିଆ ଗ୍ରାମର ପ୍ରାୟ 40 ପରିବାର ର 60 ରୁ ଅଧିକ ଚାଷୀ ଗ୍ରାମ ମନ୍ଦିର ରେ ଏକ ବୈଠକ ଡାକିଥିଲେ । ଏହି ବୈଠକ ରେ ଗ୍ରାମରେ ଚାଷ ଜମିକୁ ଜଳସେଚନ ସୁବିଧା, ଲିଫ୍ଟ ବସାଇବା ,ଚାଷ ଜମି ପାଇଁ ମାଗଣାରେ ଔଷଧ ବଣ୍ଟନ କରିବା ଆଦି ସମସ୍ୟାର ସହଜ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆସନ୍ତା ଦିନରେ ଏ ସମ୍ପର୍କରେ ପୁରୀ ଜିଲ୍ଲା କୃଷି ଅଧିକାରୀଙ୍କ ଦୃଷ୍ଟି ଗୋଚର କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।