Download Now Banner

This browser does not support the video element.

ବୌଦ୍ଧ ସଦର: ଖମାରୀ ପଡା ନିକଟ ସାଲୁଙ୍କି ନଦୀରେ କୁମ୍ଭୀର ଗୁଜବ, ବନ ବିଭାଗର ଅସ୍ବୀକାର

Baudh Sadar, Boudh (Bauda) | Oct 10, 2025
ଶୁକ୍ରବାର ସକାଳ 9 ଘଣ୍ଟା ସମୟରେ ଖମାରୀ ପଡା ନିକଟ ସାଲୁଙ୍କି ନଦୀରେ କୁମ୍ଭୀର ଥିବା ଏକ ଭିଡ଼ିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ୍ ହେବା ପରେ କୁମ୍ଭୀର ଥିବା ନେଇ ବନ ବିଭାଗ ଅସ୍ବୀକାର କରିଛି | ଫଳରେ ଉକ୍ତ ଭିଡ଼ିଓର ସତ୍ୟତା ନେଇ ପ୍ରଶ୍ନ ଉଠିବା ସହ ଏକ ଗୁଜବ ହୋଇପାରେ ବୋଲି ଆଲୋଚନା ହେଉଛି | ବନ ବିଭାଗ କହିବା ଅନୁଯାୟୀ ଭିଡ଼ିଓରେ ଥିବା କୁମ୍ଭୀର ଗୋମୁହା ପ୍ରଜାତିର ଓ ମହାନଦୀ ଉପତ୍ୟକାରେ ପ୍ରାୟତଃ ଦେଖାଯାଏ ନାହିଁ | ଗତକାଲି ବନ ବିଭାଗ ନିର୍ଦ୍ଧାରିତ ସ୍ଥାନରେ ଖୋଜିବା ପରେ କୁମ୍ଭୀରର କୌଣସି ସୂଚନା ମଧ୍ୟ ମିଳି ନଥିଲା |
Read More News
T & CPrivacy PolicyContact Us