This browser does not support the video element.
ପାରଳାଖେମୁଣ୍ଡି: ଅଜଣା ରୋଗରେ ପୀଡିତ କିତିଙ୍ଗି ଗ୍ରାମରେ ପାରଳା ବିଧାୟକଙ୍କ ସହଯୋଗରେ ହାଇଟେକ ମେଡିକାଲ ତରଫରୁ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
Paralakhemundi, Gajapati | Aug 24, 2025
ଅଜଣା ରୋଗରେ ପୀଡିତ କିତିଙ୍ଗି ଗ୍ରାମରେ ପାରଳା ବିଧାୟକଙ୍କ ସହଯୋଗରେ ହାଇଟେକ ମେଡିକାଲ ତରଫରୁ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ଅଧୀନରେ ଥିବା କିତିଙ୍ଗୀ ଗ୍ରାମରେ କିଛି ଦିନ ହେଲା ଗ୍ରାମବାସୀ ଅଜଣା ରୋଗରେ ପୀଡିତ ଥିବା ବେଳେ ଗୋଡ଼ ହାତ ବିନ୍ଧା ହୋଇ ଜ୍ୱର ଆଦି ହେଉଥିବା ଶୁଣିବାକୁ ମିଳିଥିଲା । ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଶୁକ୍ରବାର ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥୁବା ଜାଣିବା ପରେ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ବୁଝି ଆଲୋଚନା କରିଥିଲେ ।