This browser does not support the video element.
କଟକ ପୌରାଞ୍ଚଳ: କିଶନନଗର ଗୁହାଳି ଗାଁରେ ଅଘଟଣ, କେନାଲରେ ପଡ଼ି ଜଣେ ଯୁବକଙ୍କ ଚାଲିଗଲା ଜୀବନ
Cuttack M Corp PS, Cuttack | Aug 28, 2025
କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ଗୁହାଳି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁହାଳି ଗାଁରେ ଥିବା ଏକ କେନାଲରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଗୁରୁବାର ଅପରାହ୍ନ ୪.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠେଇ ଘଟଣାର ତଦନ୍ତ କରୁଛି।