This browser does not support the video element.
ଓରିଏଣ୍ଟ: ବେଲପାହାଡ ସମଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଧାଷ୍ଟମୀ ମହୋତ୍ସବ ପାଳିତ ହୋଇଛି l
Orient, Jharsuguda | Aug 31, 2025
ବେଲପାହାଡ ସମଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଧାଷ୍ଟମୀ ମହୋତ୍ସବ ପାଳିତ ହୋଇଛି l ଏଥିପାଇଁ ଗତକାଲି ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଜି ରବିବାର ସକାଳ ୮ ଟାରେ ପୂଜା, ଆରତୀ ପରେ ନାମ ଆରମ୍ଭ ହୋଇଥିଲା l ଦିନ ୧୨ଟା ରେ ରାଧାଜନ୍ମ ଚରିତ୍ର ଗାନ, ଅପରାହ୍ନ ୧ ଟାରେ ନଗର ପରିକ୍ରମା କରି ସନ୍ଧ୍ୟା ୬ ଟା ରେ ସନ୍ଧ୍ୟା ଆରତୀ ଅନୁଷ୍ଠିତ ହୋଇଛି l