Download Now Banner

This browser does not support the video element.

ଅନୁଗୋଳ: ଦଶଘରିଆ ସାହିରେ ଲଗାଣ ବର୍ଷା, ଘର ଭିତରେ ପଶିଲା ପାଣି

Anugul, Angul | Aug 22, 2025
ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ ଖଇରବେରେଣୀ ଗ୍ରାମର ଦଶ ଘରିଆ ସାହିରେ ଶୁକ୍ରବାର ଦିନ ଲଗାଣ ବର୍ଷା ଯୋଗୁଁ ଲୋକ ମାନଙ୍କର ଘର ଭିତରେ ପାଣି ପଶି ଯାଇଛି। ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶୁକ୍ରବାର ସକାଳୁ ଲଗାଣ ବର୍ଷା ଯୋଗୁଁ ଗ୍ରାମର ଇନ୍ଦ୍ରମଣି ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ବିଶ୍ଵନାଥ ପ୍ରଧାନ, ବରୁଣ ସାହୁ, ବାଳକୃଷ୍ଣ ସାହୁ, ବନମାଳୀ ସାହୁ, ରଞ୍ଜନ ସାହୁଙ୍କ ସମେତ ଅନ୍ୟ କିଛି ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଶୁକ୍ରବାର ଅପରାହ୍ନ ତିନିଟା ବେଳେ ସୂଚନା ମିଳିଛି।
Read More News
T & CPrivacy PolicyContact Us