This browser does not support the video element.
ତଲସରା: ଜିଲାପାଳଙ୍କୁ ଅଭିଯୋଗ ପରେ ବଡ଼ଗାଁ ର ବିଭିନ୍ନ ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ଘରକୁ ଗଲେ ତହସିଲଦାର
Talasara, Sundargarh | Aug 24, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଗ୍ରାମ ପଞ୍ଚାୟତର ବଡ଼ଗାଁ,ନୂଆରମାଲ ବନ୍ଧଢିପା,ଭଣ୍ଡାୟପଡା,ଲଟାଗାଁ ପ୍ରମୁଖ ଗ୍ରାମ ଗୁଡ଼ିକରେ ଲଗାଣ ବର୍ଷା ପ୍ରଭାବରେ ବହୁ ମାଟିଘର ଭାଙ୍ଗିଥିଲା। ତେବେ ବଡ଼ଗାଁ ବ୍ଳକ କାର୍ଯ୍ୟାଳୟ ରେ ଜିଲାପାଳ ଙ୍କର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଏହି ବିଷୟରେ ଅଭିଯୋଗ ପରେ ତହସିଲଦାର ଝରଣା ପ୍ରଧାନ କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ଘରକୁ ଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।