Download Now Banner

This browser does not support the video element.

କୋରାପୁଟ ସହର: ଆସନ୍ତା କାଲି ସୋମବାର କୋରାପୁଟ ଗସ୍ତରେ ଆସୁଛନ୍ତି ରାଜ୍ୟପାଳ ଡ଼କ୍ଟର କେ ହରିବାବୁ କମ୍ଭମପତି ସୂଚନା ଦେଲେ ଜିଲ୍ଲା ପ୍ରଶାସନ

Koraput Town, Koraput | Sep 7, 2025
ରାଜ୍ୟପାଳ ଡ଼କ୍ଟର କେ ହରିବାବୁ କମ୍ଭମପତି ୮ ତାରିଖରୁ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତି ୮ଟା ସମୟରେ ସୂଚନା ଦିଆଯାଇଛି । ୮ ତାରିଖ ପୂର୍ବାହ୍ନରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ,ଏସପି ରୋହିତ ବର୍ମା ଏବଂ ଅନ୍ୟାନ୍ୟ ଅଧିକାରୀ ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ କୋରାପୁଟ କଫି ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚି କଫି ଚାଷୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ବିଭିନ୍ନ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
Read More News
T & CPrivacy PolicyContact Us