This browser does not support the video element.
ବିଶୋଇ: ମାଦାଳି ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଟ୍ ସଂଖ୍ୟା ବୃଦ୍ଧି କୁ ନେଇ ଆଜି ବିଦ୍ୟାଳୟ ଉତ୍ସବ ମୁଖର
Bisoi, Mayurbhanj | Jul 3, 2024
ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ ବିଶୋଇ ବ୍ଲକ ବନେଇକଳା ଛକ ନିକଟରେ ଥିବା ମାହାଳି ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତବର୍ଷ ୯୬ଟି ସିଟ୍ ବୃଦ୍ଧି ପାଇଛି। ଫଳରେ ଚଳିତ ଶିକ୍ଷା ବର୍ଷରୁ ଯୁକ୍ତ ୨ କଳା ଶ୍ରେଣୀର ୨୮୮ ଛାତ୍ରଛାତ୍ରୀ ନାମ ଲେଖାଇ ପାଠ ପଢିବାର ସୁଯୋଗ ପାଇବେ । ଏନେଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା ସଦସ୍ୟମାନଙ୍କୁ ନେଇ ଆଜି ଅପରାହ୍ନ ୧୧ ଟା ସମୟରେ ଏକ ଉତ୍ସବ ଆୟୋଜିତ ହୋଇଥିଲା| ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସନ୍ତୋଷ କୁମାର ସାହୁ ବର୍ଦ୍ଧିତ ୯୬ ଟି ସିଟରେ ନାମ ଲେଖାଇବା ନିମନ୍ତେ ଆଜି ଉଦଘାଟନ କରିଥିଲେ।