Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ବିରାଜିତ ଦେବୀ ମାଁ ଭୈରବୀଙ୍କ ପୀଠରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଲାଗିଲା ନବାନ୍ନ

Baudh Sadar, Boudh (Bauda) | Aug 28, 2025
ଗୁରୁବାର ଦିନ ବୌଦ୍ଧ ବିରାଜିତ ମାଁ ଭୈରବୀଙ୍କ ପୀଠରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗିଛି l ମନ୍ଦିର ପୂଜକ ଓ ଜନ ସାଧାରଣ ମହାନଦୀର କୁଲି ପଡା ଘାଟକୁ ଯାଇ କଳସରେ ଜଳ ଭର୍ତ୍ତି କରି ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ l ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ପରେ ଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରା ଯାଇଥିଲା l ପରେ ଭକ୍ତ ମାନେ ସାମୁହିକ ଭାବେ ନବାନ୍ନ ଭୋଗ ସେବନ କରିଥିଲେ | ଉକ୍ତ ଅବସରରେ ଦେବୀଙ୍କ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା l
Read More News
T & CPrivacy PolicyContact Us