This browser does not support the video element.
ବିଞ୍ଝାରପୁର: ବୋଲବମ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ବୈତରଣୀ ନଦୀର ବଲ୍ଲଭି ଘାଟରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ
Binjharpur, Jajpur | Jul 28, 2024
ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡି କାଉଡ଼ିଆ ଙ୍କ ମୃତ୍ୟୁ। ବୈତରଣୀ ନଦୀର ବଲ୍ଲଭିଘାଟ ରେ ଘଟିଛି ଏଭଳି ଅଘଟଣ। ଆରଡ଼ିସ୍ଥିତ ଆଖଣ୍ଡଳମଣି କୁ ପାଣି ନେବା ପାଇଁ ପାଣି ନେବାକୁ ଆସି ବୁଡିଗଲେ କାଉଡ଼ିଆ। ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳ ର ପ୍ରଶାନ୍ତ ସାମଲ। ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ମନ୍ମଥ ସାମଲ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିଲେ। ତାଙ୍କୁ ମଧ୍ୟ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଅନ୍ୟପଟେ ଯାଜପୁର ପୋଲିସ ମୃତ ଶରୀର କୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।