This browser does not support the video element.
ମାଲକାନଗିରି: ମାଲକାନଗିରି କିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମ ନିକଟରୁ ଏକ ଧଳା ରଙ୍ଗର କାର ସହ ୧୩୫କେଜି ଗଞ୍ଜେଇ ଜବତ କଲେ ପୋଲିସ
Malkangiri, Malkangiri | Sep 12, 2025
ମାଲକାନଗିରି କିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମ ନିକଟରେ ଗତ ଦୁଇଦିନ ଧରି ଏକ ଧଳା ରଙ୍ଗର କାର ଛିଡା ହୋଇଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଏ ସମ୍ପର୍କରେ କୋରୁକୋଣ୍ଡା ପୋଲିସକୁ ଲୋକେ ଜଣାଇଥିଲେ। କୋରୁକୋଣ୍ଡା ଥାନା ଅଧକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଁଞ୍ଚି କାରକୁ ଯାଞ୍ଚ କରିବା ବେଳେ ୫ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ କାର ଭିତରୁ ଜବତ କରିଥିଲେ। ଜବତ ହୋଇଥିବା ଗଞ୍ଜେଇର ଓଜନ୧୩୫ କିଲୋ ଥିବା ବେଳେ କାର ନମ୍ବର ନକଲି ଥିବା ଜଣା ପଡିଛି।