This browser does not support the video element.
କୋରାପୁଟ ସହର: ଆଧାର କାର୍ଡ ନଥିବାରୁ ଭତ୍ତା ବନ୍ଦ, ଦଶମନ୍ତପୁର ବିଡ଼ିଓଙ୍କ ଦ୍ଵାରସ୍ଥ ହେଲେ ଦୁଇ ଦିବ୍ୟାଙ୍ଗ
Koraput Town, Koraput | Aug 22, 2025
ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଛି। ଯାହାର ଆଧାର କାର୍ଡ ନାହିଁ ତାହା ହେଲେ ସରକାରୀ ସୁବିଧା ମିଳୁନାହିଁ। ଏଭଳି ଦୁଇ ଜଣ ଦିବ୍ୟାଙ୍ଗ ଆଜି ଅପରାହ୍ନ ୪ଟା ସମୟରେ ଦଶମନ୍ତପୁର ବିଡ଼ିଓଙ୍କ ଦ୍ଵାରାସ୍ଥ ହୋଇ ଭତ୍ତା ଟଙ୍କା ବନ୍ଦ ହୋଇଥିବା ନେଇ ଗୁହାରି କରିଛନ୍ତି। ସେ ମାନେ ହେଲେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ା ଗଡ ପଞ୍ଚାୟତ ଅଧିନସ୍ଥ,ପରଜା ସୁକୁ ଗାଁ ର ଉର୍ଧବ ମୁଦୁଲି ଏବଂ କମଳା ମୁଦୁଲି। ଉଭୟଙ୍କୁ ଦିର୍ଘ ବର୍ଷ ଠାରୁ ଦିବ୍ୟାଙ୍ଗ ଭତ୍ତା ଟଙ୍କା ମିଳୁଥିଲା କିନ୍ତୁ ଏବେ ଆଧାର କାର୍ଡ ନଥିବାରୁ ଭତ୍ତା କଟି ଯାଇଥିବା କହିଛନ୍ତି।