This browser does not support the video element.
କଣ୍ଟାମାଳ: ମାତାକୁପା ଗଦଗଦିପଡା ନାଳ ନିକଟରୁ 350 ଲିଟର ମହୁଲ ପୋଚ ନଷ୍ଟ କଲା କଣ୍ଟାମାଳ ଅବକାରୀ ଥାନା
Kantamal, Boudh (Bauda) | Aug 28, 2025
ଗୁରୁବାର ଦିନ କଣ୍ଟାମାଳ ଥାନା ମାତାକୁପା ଗଦଗଦିପଡା ନାଳ ନିକଟରେ ଚାଲିଥିବା ବେଆଇନ୍ ମଦ ରନ୍ଧା ଆଡ଼ଡା ଉପରେ କଣ୍ଟାମାଳ ଅବକାରୀ ଥାନା ପକ୍ଷରୁ ଚଢାଉ କରା ଯାଇଥିଲା l ସେଠାରେ ମଦ ରନ୍ଧା ପାଇଁ ରଖା ଯାଇଥିବା 350 ଲିଟର ମହୁଲ ପୋଚ ଓ ମଦ ରନ୍ଧନ ସାମଗ୍ରୀକୁ ଜବତ କରି ନଷ୍ଟ କରା ଯାଇଥିଲା l ଏ ସମ୍ପର୍କରେ କଣ୍ଟାମାଳ ଅବକାରୀ ଥାନାରେ 63/2025-26 ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ସୂଚନା ମିଳିଛି l