This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରେ ମାରଓ୍ବାଡି ଯୁବା ମଂଚ ଓ ମହାନଗର ନିଗମ ପକ୍ଷରୁ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ
Sambalpur M, Sambalpur | Sep 7, 2025
ସମ୍ବଲପୁରରେ ମାରଓ୍ବାଡି ଯୁବା ମଂଚ ଓ ମହାନଗର ନିଗମ ପକ୍ଷରୁ ୭ ତମ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ପଂଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରେଙ୍ଗାଲି ପୁବତ୍ତନ ବିଧାୟକ ନାଉରି ନାୟକ , ଜିଲ୍ଲାପାଳ, ଏସପି ଓ ମହାନଗର ନିଗମ କମିଶନର ଯୋଗ ଦେଇଥିଲେ । ୧୦୦୦ ରୁ ଉଦ୍ଧ ସାଇକେଲ ଆରୋହୀ ସାଇକ୍ଲୋଥନରେ ଭାଗ ନେଇଥିଲେ । ରିଙ୍ଗ ରୋଡ ସ୍ଥିତ ମହାନଦୀ ରିଭର ଫ୍ରଣ୍ଟ ରୁ ସାଇକ୍ଲୋଥନ ଶୁଭାରମ୍ଭ କରାଯାଇ ସହର ପରିକ୍ରମା ପରେ ସମଲେଶ୍ବରୀ ମନ୍ଦିର ପହଚିଥିଲେ ।