Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ତାଜିପୁର ଠାରେ ଶିଆଳ ଆକ୍ରମଣରେ ଦୁଇ ଶ୍ରମିକ ଗୁରୁତର l

Bhadrak Rural, Bhadrak | Sep 8, 2025
ଶିଆଳ ଆକ୍ରମଣରେ ଦୁଇ ଜଣ ଶ୍ରମିକ ଗୁରୁତର। କାମ କରିବାକୁ ଯାଉଥିବା ବେଳେ ଝାମ୍ପିଲା ଶିଆଳ। ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତ ତାଜିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ କୁକୁଡ଼ା ଫାର୍ମରେ କାମ କରିବାକୁ ୫ଜଣ ଶ୍ରମିକ ଏକ ବିଲ ରାସ୍ତାରେ ଯାଉଥିବା ବେଳେ ହଠାତ ଏକ ଶିଆଳ ଦୌଡ଼ି ଆସି ଝାମ୍ପ ମାରିଥିଲା ଫଳରେ ଅନ୍ୟ ତିନି ଜଣ ଶ୍ରମିକ ଖସି ଯାଇଥିବା ବେଳେ ୨ ଜଣଙ୍କୁ କାମୁଡି ଗୁରୁତ୍ୱର କରିଛି ଶିଆଳ l ଗୁରୁତର ଦୁଇ ଜଣ ହେଲେ ବାପୁନୁ ମୁଣ୍ଡା ଓ ରଘୁ ସିଂହ। ଉଭୟଙ୍କୁ ପ୍ରଥମେ ଆଗରପଡା ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରଯାଇଛି।
Read More News
T & CPrivacy PolicyContact Us