This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ବିରାଜିତ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ, ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି
Baudh Sadar, Boudh (Bauda) | Jun 11, 2025
ବୁଧବାର ଦିନ ବୌଦ୍ଧ ସହର ବିରାଜିତ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଠାକୁରଙ୍କ ନୀତିକାନ୍ତି ସରିବା ପରେ ସେନାପଟା ଲାଗି କରାଯାଇ ସକାଳ 9 ଘଣ୍ଟା ସମୟରେ ସ୍ନାନ ମଣ୍ଡପକୁ ଧାଡ଼ି ପହଣ୍ଡିରେ ଅଣା ଯାଇଥିଲା l ସ୍ନାନ ମଣ୍ଡପରେ ତିନି ଠାକୁରଙ୍କୁ ସ୍ନାନ ବେଶ କରାଯିବା ପରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା | ବ୍ରାମ୍ହଣ ସମାଜ ପକ୍ଷରୁ ମହାନଦୀରୁ ଅଣା ଯାଇଥିବା ସୁବାସିତ ଜଳରେ ସ୍ନାନ କରା ଯାଇଥିଲା l