Download Now Banner

This browser does not support the video element.

ବଲାଙ୍ଗୀର: ଯୋଗେଶ୍ୱର ଶୈବପୀଠରୁ ପୁରାତନ ମୂର୍ତ୍ତି ଚୋରି ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗ ସଂପୃକ୍ତ ଥିବା ସନ୍ଦେହ

Balangir, Balangir | Sep 5, 2025
ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଯୋଗେଶ୍ୱର ଶୈବପୀଠରୁ ଗତରାତିରେ ଦୁର୍ମୂଲ୍ୟ ପିତ୍ତଳ ନାଗ ସହିତ ଅନେକ ପୁରାତନ ମୂର୍ତ୍ତି ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।ଆଜି ସକାଳ 6ଟା ସମୟରେ ପୂଜକମାନେ ଚୋରୀ ଘଟଣା ଜାଣି, ଲୋଇସିଂହା ପୋଲିସକୁ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ, ଗ୍ରାମବାସୀ ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗ ସଂପୃକ୍ତ ଥିବା ସନ୍ଦେହ କରୁଛନ୍ତି । ଅଷ୍ଟମ ଶତାବ୍ଦୀର ଏହି ମନ୍ଦିର ପର୍ଯ୍ୟଟନ ସ୍ଥଳୀ ହୋଇଥିବା ସତ୍ତ୍ୱେ ସୁରକ୍ଷା ବ୍ୟବସ୍ଥାର ଅଭାବ ପ୍ରତି ସ୍ଥାନୀୟମାନେ କଟୁଆଲୋଚନା କରିଛନ୍ତି ।
Read More News
T & CPrivacy PolicyContact Us