This browser does not support the video element.
ଝାରସୁଗୁଡା: ଏନଟିପିସି ଦରଳିପାଲି ଓ ସୁନ୍ଦରଗଡ ଅଞ୍ଚଳକୁ ସଂଯୋଗ କରୁଥିବା କୋଇଲଗା ପୋଲ ଉପରେ ଦୁଇଫୁଟରୁ ଉର୍ଦ୍ଧ୍ବ ବନ୍ୟାଜଳ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ
Jharsuguda, Jharsuguda | Aug 22, 2025
ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡା ଜିଲ୍ଲା ସଦର ବ୍ଳକ ଲୋଇସିଂହ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଲଗା ଗ୍ରାମ ସମେତ ଏନଟିପିସି ଦରଳିପାଲି ଓ ସୁନ୍ଦରଗଡ ଜିଲ୍ଲା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା କୋଇଲଗା ନିକଟ ନାଳ ଉପରେ ଦୁଇଫୁଟ ରୁ ଉର୍ଦ୍ଧ୍ବ ଜଳ ପ୍ରବାହ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ତେବେ ଗତକାଲି ଠାରୁ ପ୍ରବଳ ବର୍ଷା ହେବା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଆଜି ଦିନ ତିନିଟା ସମୟରୁ କୋଇଲଗା ନିକଟ ନାଳ ଉପର ରାସ୍ତାରେ ଦୁଇଫୁଟ ରୁ ଉର୍ଦ୍ଧ୍ବ ପାଣି ପ୍ରବାହିତ ହେଉଛି ଯାହା ଫଳରେ ଏହି ରାସ୍ତାରେ ଗମନାଗମନ ସମ୍ପୁର୍ଣ୍ଣ ବନ୍ଦ ରହିଛି।