Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାଙ୍କୀ ସୁବର୍ଣ୍ଣପୁରରେ ଖୁଦୁରୁକୁଣୀ ଭସାଣୀ ବେଳେ ଡିଜେ ସାଉଣ୍ଡରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

Cuttack M Corp PS, Cuttack | Sep 8, 2025
କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁରରେ ଖୁଦୁରୁକୁଣୀ ମେଢ଼ ଭସାଣୀ ବେଳେ ଡିଜେ ସାଉଣ୍ଡରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ସୋମବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ଏହି ଘଟଣା ଘଟିଛି। ସୂଚନା ମୁତାବକ ସୁବର୍ଣ୍ଣପୁରରେ ଖୁଦୁରୁକୁଣୀ ମେଢ଼ ଭସାଣୀ ଚାଲିଥିଲା। ଏହି ସମୟରେ ଭସାଣୀ ଶୋଭାଯାତ୍ରାରେ ଡିଜେ ସାଉଣ୍ଡରେ ଗୀତ ବାଜୁଥିବା ବେଳେ ଜଣେ ଯୁବକ ଟଳି ପଡିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଗଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରିଛି ମେଡିକାଲ ଟିମ୍।।
Read More News
T & CPrivacy PolicyContact Us