This browser does not support the video element.
ଝାରସୁଗୁଡା: ଝାରସୁଗୁଡା କାଳି ମନ୍ଦିର ଓ କାଳିବାରିକୁ ସଫା କଲେ ପୂର୍ବତନ ପୋୖରାଧକ୍ଷ ଓ ସ୍ଥାନୀୟ ଜନସାଧାରଣ
Jharsuguda, Jharsuguda | Jul 14, 2024
ଆଜି ରବିବାର ଦିନ ପ୍ରାୟ ୧୧ଟାରେ ଝାରସୁଗୁଡା କାଳି ମନ୍ଦିର ଓ କାଳିବାରିକୁ ସଫା କଲେ ପୂର୍ବତନ ପୌରାଧକ୍ଷ ଓ ସ୍ଥାନୀୟ ଜନସାଧାରଣ। ବର୍ତ୍ତମାନ ବର୍ଷା ଋତୁ ଥିବାରୁ ଝାରସୁଗୁଡା ସହରାଞ୍ଚଳରେ ଥିବା କାଳି ମନ୍ଦିର ପରିସରଟି ବହୁତ ଅପରିଷ୍କାର ହୋଇ ରହିଥିଲା। ଏହାକୁ ନେଇ ଆଜି ଝାରସୁଗୁଡା କାଳି ମନ୍ଦିରର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ନିଜେ କାଳି ମନ୍ଦିର ପରିସର ଓ କାଳିବାରିକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରିଥିଲେ।ନିଜ ଘରକୁ ଯେଉଁଭଳି ଭାବେ ଆମେ ସଫା ରଖୁ ମନ୍ଦିରକୁ ମଧ୍ୟ ସେହି ଭଳି ପରିଷ୍କାର ରଖିବା ବୋଲି ସଦସ୍ୟମାନେ କହିଥିଲେ।