This browser does not support the video element.
ଟିଟିଲାଗଡ: ସ୍ବାମୀ ସ୍ତ୍ରୀ ଝଗଡ଼ା ପାଇଁ ସ୍ଵାମୀକୁ ଶୋଇବା ଅବସ୍ଥାରେ ହତ୍ୟା କଲା ସ୍ତ୍ରୀ, ସ୍ବାମୀ ମୃତ, ସ୍ତ୍ରୀ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି
Titlagarh, Balangir | Sep 2, 2025
ମୁରିବାହାଲ ବ୍ଲକ ମାଲେଶିରା ପଞ୍ଚାୟତ ଡେଙ୍ଗ ପଦର ଗ୍ରାମର ସନ୍ତୋଷ ପରା ଭୁଏ ଓ ତାଙ୍କ ସ୍ତ୍ରୀ ଭବାନୀ ପରାଭୁଏଙ୍କ ମଧ୍ୟରେ ଦ୍ୱିପହର ସମୟରେ ଟିକିଏ କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ତାଙ୍କ ସ୍ତ୍ରୀ ଭବାନୀଙ୍କ ରାଗ ଶାନ୍ତ ହୋଇ ନଥିଲା, ପାଖାପାଖି ରାତି ଏଗାରଟା ସମୟରେ ସନ୍ତୋଷ ଶୋଇଥିବା ବେଳେ ରାଗରେ ଭବାନୀ ତିନି ରୁ ଚାରି ଜାଗାରେ ଛୁରୀରେ ଆକ୍ରମଣ କରି ଫେରାର ମାରିଥିଲେ। ପରେ ପରିବାର ଲୋକେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସ୍ତ୍ରୀ ଭବାନୀ କାଣ୍ଡ ଭିଆଇ ନିଜ ମା ଘରକୁ ଫେରାର ମାରିଥିଲା।