Download Now Banner

This browser does not support the video element.

ଦେବଗଡ: ଜରାଛାଟ ଗାଁରେ ବଜ୍ରାଘାତରେ ଗୁରୁତର ଆହତଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କଲେ ବିଧାୟକ

Debagarh, Debagarh (Deogarh) | Sep 7, 2025
ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଜରାଛାଟ ଗ୍ରାମରେ ଶନିବାର ସନ୍ଧ୍ୟା ୨୦ ରୁ ଅଧିକ ମହିଳା ଏବଂ ପୁରୁଷ ବଜ୍ରାଘାତର ଶିକାର ହୋଇଥିଲେ । ଜରାଛାଟ ଗ୍ରାମର ଚିତ୍ରକୂଟ ପାହାଡରେ ଗିରି ଗୋବର୍ଦ୍ଧନ ପୂଜା ଚାଲିଥିବା ବେଳେ ଗାଁରେ ପ୍ରାୟ ଦେଢ ଶହ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ହଠାତ ବଜ୍ରାଘାତ ଯୋଗୁଁ ସେଠାରେ ଥିବା ୨୦ ରୁ ଅଧିକ ମହିଳା ଏବଂ ପୁରୁଷ ଚେତାଶୂନ୍ୟ ହୋଇ ପଡିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସମେତ କୋଶଳା ଏବଂ କଣିହାଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
Read More News
T & CPrivacy PolicyContact Us