This browser does not support the video element.
ଖରିଆର: ଖଡ଼ିଆଳ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୯୨ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ
Khariar, Nuapada | Aug 25, 2025
ଖଡିଆଳ ବ୍ଲକରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ୨ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ୯୨ ଟି ବିଭିନ୍ନ ଅଭିଯୋଗର ଶୁଣାଣି ଜିଲ୍ଲା ପ୍ରଶାସନ କରିଛନ୍ତି। ସେଥିରୁ ୭୫ ଟି ବ୍ୟକ୍ତିଗତ ଓ ୧୭ ଟି ଗୋଷ୍ଠିଗତ ଅଭିଯୋଗ ଆସିଥିଲା । ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।