This browser does not support the video element.
କୋରାପୁଟ ସହର: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ସଫଳ ଅସ୍ତ୍ରୋପଚାର ଶରୀରରୁ ବାହାରିଲା ତୀର ବଞ୍ଚିଗଲା ଜୀବନ
Koraput Town, Koraput | Sep 9, 2025
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାକାନାଗୁଡ଼ା ପଞ୍ଚାୟତ ନାୟକଗୁଡ଼ା ଗ୍ରାମର ଯୁବକ ଲକ୍ଷ୍ମଣ ଗୌଡ଼ ତୀର ମାଡ଼ ଘଟଣାରେ ସୋମବାର ରାତିରେ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇଥିବାବେଳେ ସଫଳତାର ସହ ତାଙ୍କର ଅସ୍ତ୍ରୋପଚାର କରା ଯାଇଥିବା ଅପରାହ୍ନ ୪ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଡ଼ାକ୍ତର । ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅଭିଷେକ ପାତ୍ରଙ୍କ ନେତୃତ୍ବରେ ଡାକ୍ତର ମୃତ୍ୟୁଞ୍ଜୟ ମଲ୍ଲିକ, ନିସ୍ତେଶକ ବିଶେଷଜ୍ଞ ସହକାରୀ ପ୍ରଫେସର ଡାକ୍ତର ଗୋପାଳ ନାୟକ ଏବଂ ଓଟି କର୍ମଚାରୀ ମାନଙ୍କୁ ନେଇ ଗଠିତ ହୋଇଥିଲା ଟିମ୍।