This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଖଣ୍ଡଗିରି ଥାନା ଘେରାଉ କଲେ 65 ନମ୍ବର ୱାର୍ଡର ଲୋକେ, ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କଲା ପୋଲିସ
Bhubaneswar M Corp, Khordha | Sep 6, 2025
ଖଣ୍ଡଗିରି ଥାନା ଘେରାଉ କଲେ 65 ନମ୍ବର ୱାର୍ଡର ଲୋକେ, ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କଲା ପୋଲିସ | ଗଣେଶ ପୂଜା ଭସାଣିରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ କିଛି ଲୋକଙ୍କ ବିରୁଦ୍ଧରେ ମିଛ ମାମଲା ରୁଜୁ କରି ଗିରଫ କରିବା ପରେ ତାତିଲେ ଲୋକେ | ଆଜି 12.35ରେ ଖଣ୍ଡଗିରି ଥାନା ଘେରାଓ କଲେ 65 ନମ୍ବର ୱାର୍ଡ ର ଲୋକେ | କର୍ପୋରେଟରଙ୍କ ନାମରେ ବି ମିଛ ମାମଲା ରୁଜୁ କରିଛନ୍ତି ବୋଲି ଅଭିଯୋଗ କରି ଥାନା ସମ୍ମୁଖରେ ନାରାବାଜି କରିଛନ୍ତି ଲୋକେ I 31 ତାରିଖ ଦିନ ପାତ୍ରପଡା ଗାଁ ଭିତରେ ଗଣେଶ ପୂଜା ଭସାଣିରେ 65 ନମ୍ବର ୱାର୍ଡ ର ଦୁଇ ଗୋଷ୍ଠୀ ଙ୍କ ଭିତରେ ହୋଇଥିଲା ଜୋରଦାର ଗଣ୍ଡଗୋଳ I